ମନୋଜ ସୁତାର ଙ୍କ ସାମାଜିକ ଜୀବନ ଆରମ୍ଭ ହୋଇଥିଲା ସାଧାରଣ ଜୀବନଯାତ୍ରାର ହାଟ ଭିତରେ, ଓଡିଶାର ଗଳି କନ୍ଦି ରେ, ରାସ୍ତାରେ ପଡି ରହିଥିବା ଅସହାୟ ଲୋକଙ୍କ ବୁକୁଫଟା କାନ୍ଦଣା ମଧ୍ୟରେ | ସମାଜରେ ଥିବା ଉଚ୍ଚ ନୀଚ ଭାବ, ଦରିଦ୍ରପଣ, ଭ୍ରଷ୍ଟାଚାର ତରୁଣ୍ୟ ଅବସ୍ଥାରେ ହିଁ ତାଙ୍କର ନିଦ ଭାଙ୍ଗିଦେଇଥିଲା |
କାହାକୁ ଦୋଷଦେଇ ବୋଝଟା ଆଉ କାହା ମୁଣ୍ଡରେ ଲଦିଦେବା ସେ ଉଚିତ ମଣିଲେନି, ଏକ ସୁସ୍ଥ, ସୁରକ୍ଷିତ ଏବଂ ଭ୍ରଷ୍ଟାଚାର ମୁକ୍ତ ସମାଜ ଗଠନ କରିବା ଦାୟିତ୍ୱ କୁ ନିଜେ ହିଁ ବହନ କରିନେଲେ | ଆରମ୍ଭ କଲେ ଓଡ଼ିଶାର ଗଳି କନ୍ଦି ରେ ଚାଲିବା | ଯେତେ ସାଧାରଣ ଜନତାଙ୍କ ସଂସ୍ପର୍ଶରେ ଆସିଲେ ସେତେ ମନଭିତରେ କ୍ରାନ୍ତି ଉତ୍ପନ୍ନ ହେଉଥାଏ | ସେ ଦୀକ୍ଷା ନେଲେ ତାଙ୍କ ରାସ୍ତାରେ ଯେତେ ବାଧା ବିପର୍ଯ୍ୟସ୍ଥ ଆସିଲେ ମଧ୍ୟ କେବେହେଲେ ହାର ମାନି ଅଟକିଯିବେନି, ଚାଲି ରହିବେ ସାମାଜ ର ସୁଧାର ପାଇଁ…
